ମଜୁରିବିଡ଼ା ନାଳରୁ ଗଳିତ ମୃତଦେହ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲା ସଦରଥାନା ଅନ୍ତର୍ଗତ ତୁଡ଼ିପାଜୁ ପଂଚାୟତ ଅନ୍ତର୍ଗତ ମଜୁରିବିଡ଼ା ସ୍ଥିତ ଏକ ନାଳରୁ ସଦର ପୁଲିସ୍‍ ଉଦ୍ଧାର କରିଛି ଏକ ଗଳିତ ମୃତଦେହ। ଏନେଇ ସଦର ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପରବର୍ତ୍ତି ସମୟରେ ମୃତ ଯୁବକ ଜଣକ ଜଣେ ଗାଡ଼ି ଚାଳକ ଏବଂ ସେ ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଂଚାୟତର ଖଲିକେତା ଅଞ୍ଚଳର ବୋଲି ଜଣାଯାଇଛି। ଗତକାଲି ରାତିରେ କୁଆଡ଼େ ସେ ଭଡ଼ାନେଇ ଗାଡ଼ି ଯାଇଥିବା ବେଳେ ଆଜି ସକାଳେ ତାହାର ମୃତହେଦ ମଜୁରିବିଡ଼ା ନାଳରୁ ମିଳିଥିବାର କୁହାଯାଇଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Comments are closed.