ପୋଖରୀରୁ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ଡଗରା ସାହି ନିକଟ ରେଲୱେ ଲାଇନ କଡରେ ଥିବା ଏକ ପୋଖରୀରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକା ଜଣକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ତିନିଦିନ ତଳେ ଘରୁ ନିଖୋଜ ଥିଲେ। ଏନେଇ ଗତ ଶନିବାର ନାବାଳିକାର ପରିବାର ଲୋକ ଗ୍ରାମାଞ୍ଚଳ ଥାନାରେ ଅପହରଣ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ଆଜି ଡଗରା ସାହିର ସ୍ଥାନୀୟ ଲୋକେ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ମୃତଦେହ ଭାସୁଥିବା ଦେଖିଥିଲେ। ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଖରୀ ହୁଡ଼ା ଉପରୁ ନାବାଳିକାର ଜୋତା ଓ ପର୍ସ ମିଳିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ।

Comments are closed.