୪୦କିମି ଭାରରେ ବୁହା ହେଲା ମୃତଦେହ

ମାଲକାନଗିରି: ମୃତଦେହକୁ କାନ୍ଧରେ ବୁହା ହେବା ଘଟଣା ରାଜ୍ୟ ତଥା ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ​‌ବେଳେ ଏବେ ମୃତଦେହକୁ ଭାରରେ ବୁହା ହେବା ଘଟଣା ସାମ୍ନାକୁ ଆସିଛି। ଗୋଟିଏ କିମ୍ବା ଦୁଇ କିମି ନୁହେଁ ପ୍ରାୟ ୪୦କିମି ଯାଏଁ ମୃତଦେହକୁ ଭାରରେ ବୁହା ହୋଇ ନିଆଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ତେମୁରୁପାଲ ଗାଁର ଜଣେ ମହିଳା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ଗୋଡ଼ ହାତ ଫୁଲି ଯାଇଥିଲା। ତାଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକ ଏକ ଗୁଣିଆ ପାଖକୁ ନେଇ ଯାଇଥିଲେ। ଗୁଣିଆଙ୍କ ପାଖରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତଦେହକୁ ଘରକୁ ନେବା ପାଇଁ ପରିବାରଲୋକଙ୍କ ପାଖରେ ଟଙ୍କା ନଥିଲା। ତେଣୁ ଟଙ୍କା ଅଭାବରୁ ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ମହିଳାଙ୍କ ମୃତଦେହକୁ ୪୦କିମି ଯାଏଁ ଭାରରେ ବୋହି ନେଇଥିଲେ।

Comments are closed.