ଟ୍ରେନରେ କଟି ୨ ମୃତ

ଅନୁଗୁଳ : କୁମଣ୍ଡ ନିକଟରେ ଟ୍ରେନରେ କଟି ୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି। ମୃତଦେହ ନିକଟରେ ଏକ ବାଇକ ପଡିଥିବାର ଦେଖିବାକୁ ମିଳିଛି। ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ। ସେମାନଙ୍କ ମୃତ୍ୟୁ କିପରି ହୋଇଛି ତାହା ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।