ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବାଲେଶ୍ବର : ରେମୁଣା ବ୍ଲକ ସାଆନ୍ତା ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ବ୍ୟକ୍ତି ଜଣକ ଅଭିମନ୍ୟୁ ବୋଲି ଜଣାପଡିଛି। ତେବେ ଅଭିମନ୍ୟୁଙ୍କ ଗଳା କାଟିବା ପରେ ପଥରରେ ତାଙ୍କୁ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାରୀକୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକମାନେ ସେରଗଡ-ନୀଳଗିରି ରାସ୍ତାକୁ ଅବରୋଧ କରିଥିବା ଜଣାପଡିଛି।।

 

Comments are closed.