ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

0

ଅନୁଗୁଳ : ଛେଣ୍ଡିପଦା ଅଞ୍ଚଳରେ ପିଠା କାର୍ଯ୍ୟକ୍ରମକୁ ଆସିଥିବା ଜଣେ ବୃଦ୍ଧ ନିଖୋଜ ହୋଇଯାଇଥିଲେ। ବୁଧବାର ଦିନ ତାଙ୍କ ମୃତଦେହ ଛେଣ୍ଡିପଦା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଛେଣ୍ଡିପଦା ଥାନା କସିଡିହ ଗ୍ରାମର ଲବଙ୍ଗ ନାୟକ। ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି। ତେବେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Leave A Reply