ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

0

ତେଲକୋଇ : ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଏପରି ଘଟଣା ତେଲକୋଇ ସ୍ଥିତ ଟୁଙ୍ଗୁରୁବାହାଳରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ମାଆଙ୍କ ସହ ଉକ୍ତ ଯୁବକଙ୍କ ଝଗଡା ହୋଇଥିଲା। ଝଗଡା ପରେ ମାଆ ଘର ଛାଡି ପଳାଇଥିଲେ। ବୁଧବାର ଦିନ ଘରକୁ ଆସିବା ପରେ ପୁଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

Leave A Reply