ଯୁବକଙ୍କୁ ପୋଡି ହତ୍ୟା ଅଭିଯୋଗ

0

ରାଇରଙ୍ଗପୁର : ଯୁବକଙ୍କୁ ପୋଡି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ସୋମବାର ସକାଳେ ଯୁବକଙ୍କ ମୃତଦେହ ମୟୁରଭଞ୍ଜ ଜିଲା ଟାଉନ ଥାନା ଦାଣ୍ଡବୋଷ ଗ୍ରାମ ନିକଟ ମୁଖ୍ୟରାସ୍ତା କଡରୁ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ରକ୍ତ ଛିଟା ପଡିଥିବାର ଦେଖାଯାଇଛି। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ହତ୍ୟା ପରେ ନଡାଗଦାରେ ଯୁବକଙ୍କୁ ପକାଇ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ତେବେ ହତ୍ୟାର କାରଣ ଜଣା ପଡିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply