ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

0

ଘସିପୁରା : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ଝୁନୁରାଣି ବେହେରା। ସୂଚନାଯୋଗ୍ୟ ଯେ, ଘସିପୁରା ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ତ୍ରିଲୋଚନ ଜେନା ୧୦ବର୍ଷ ପୂର୍ବେ ଆନନ୍ଦପୁର ଥାନା ନିକଟ ଦୁଡୁ ଗ୍ରାମର ଝୁନୁରାଣୀଙ୍କୁ ବିବାହ କରିଥିଲେ। ଅନେକ ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣ ନେଇ କଳହ ଲାଗି ରହୁଥିବାର ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।

ସୋମବାର ୧୨ଟା ସମୟରେ ମହିଳାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ମହିଳାଙ୍କ ବାପ ଘରକୁ ତ୍ରିଲୋଚନ ଖବର ଦେଇଥିଲେ। ବାପ ଘର ଲୋକ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଝୁନୁଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ନେଇ ଝୁନୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପ ଘର ଲୋକ ସନ୍ଦେହ କରିଛନ୍ତି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି।

Leave A Reply