ସନ୍ଦେହଜନକ ଅବସ୍ଥାରେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

0

ବାଲେଶ୍ବର : ବାଲେଶ୍ବର ଟାଉନ ଥାନା ତେଲେଙ୍ଗାସାହିର ଜଣେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜୟନ୍ତ ଦାସ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଡ୍ରାଇଭର ଜଣକ ଷ୍ଟେସନରୁ କିଛି ଯାତ୍ରୀଙ୍କୁ ନେଇ ଡିଆରଡିଓ ଯାଇଥିଲେ। ତେବେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଶନିବାର‌ ସକାଳେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ ସମ୍ମୁଖରେ ଅଟୋରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଅଟୋରୁ ତାଙ୍କର ମୃତଦେହ ମିଳିଥିବାରୁ ସ୍ଥାନୀୟ ଲୋକ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରୁଛନ୍ତି। ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।

Leave A Reply