ରାଜଧାନୀରୁ ମୃତଦେହ ଉଦ୍ଧାର

0

ଭୁବନେଶ୍ୱର : ସୋମବାର ସକାଳେ ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳର ଏକ ପୋଲ ତଳୁ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହଟିକୁ ଏକ ଅଖା ଭିତରେ ଭର୍ତ୍ତି କରାଯାଇ ଗଙ୍ଗୁଆ ନାଳରେ ଫିଙ୍ଗି ଦିଆଯାଇଛି। ତେବେ ଏହି ମୃତଦେହ ମହିଳା କି ପୁରୁଷ ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସୋମବାର ସକାଳେ ଗଙ୍ଗୁଆ ନାଳରେ ଏକ ଅଖା ଭାସୁଥିବା ଓ ସେଥିରୁ ଦୁର୍ଗନ୍ଧ ଆସୁଥିବାର ଜାଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଭିତରେ ଏକ ମୃତଦେହ ଥିବା ଜାଣିବାକୁ ପାଇଥିଲା। ନାଳରୁ ଏହି ମୃତଦେହକୁ ଉଦ୍ଧାର କରିବା ପାଇଁ ପୁଲିସ ଅଗ୍ନିଶମ ବିଭାଗର ସହାୟତା ନେଇଥିଲା। ମୃତଦେହଟିକୁ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply