ମହିଳାଙ୍କ ହାତଗୋଡ ବନ୍ଧା ଗଳିତ ଶବ ଉଦ୍ଧାର

0

ବାଲିଚନ୍ଦ୍ରପୁର: ମହିଳାଙ୍କ ହାତଗୋଡ ବନ୍ଧା ଗଳିତ ଶବ ଉଦ୍ଧାର ହୋଇଛି। ମଙ୍ଗଳବାର ସକାଳେ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ଭାକୁଡ ଛକ ନିକଟରେ ଜଣେ ମହିଳାଙ୍କ ଶବ ପଡିଥିଲା। ସ୍ଥାନୀୟ ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ଓ ସାଇଣ୍ଟିଫିକ ଦଳ ଛାନଭିନ ଆରମ୍ଭ କରିଛନ୍ତି। ତେବେ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

 

Leave A Reply