ବିଲ ମଝିରୁ ମୃତଦେହ ଉଦ୍ଧାର

0

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା କୁମ୍ଭାରମୁଣ୍ଡାକଟା ଗ୍ରାମର ବିଲ ମଝିରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୁମ୍ଭାରମୁଣ୍ଡାକଟା ଗ୍ରାମର କୁନୁରାମ ସିଂହ (୫୫)। ମିଳିଥିବା ସୂଚନା ଅନୁଯାୟୀ ,ସେ ଶୁକ୍ରବାର ସକାଳେ ମାଛ ଧରିବା ପାଇଁ ବାହାରିଥିଲେ। ଗ୍ରାମବାସୀମାନେ ତାଙ୍କୁ ବିଲ ମଝିରେ ପଡ଼ିଥିବାର ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ଘଟଣା ସଂପର୍କରେ ବାଙ୍ଗିରିପୋଷି ପୁଲିସକୁ ସୂଚନା ଦିଆଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

Leave A Reply