ଅଚିହ୍ନା ଯୁବକର କ୍ଷତ ବିକ୍ଷତ ଶବ ଜବତ, ହତ୍ୟା ସନ୍ଦେହ

0

ସୁଆଣ୍ଡୋ: ପୁରୀ-ଖୋର୍ଦ୍ଧା ରେଳପଥର ଅନତି ଦୂରରେ ଥିବା ବେରବୋଇ ଲେବଲ୍ କ୍ରସିଂ ନିକଟରୁ ଜଣେ ଅଚିହ୍ନା ଯୁବକର କ୍ଷତ ବିକ୍ଷତ ଶବ ଶୁକ୍ରବାର ଜବତ ହୋଇଛି । ମୃତ ଯୁବକ ଜଣକ ଆକାଶି ରଙ୍ଗର ଫୁଲପ୍ୟାଣ୍ଟ ପିନ୍ଧିଥିବା ବେଳେ ଗାରି ଗାରିଆ ଫୁଲସାର୍ଟ ପିନ୍ଧିଛନ୍ତି । ଖବର ପାଇ ସାକ୍ଷୀଗୋପାଳ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଥିବା ଜଣାପଡିଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଏଠାରେ ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Leave A Reply