ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

0

ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ଲାଲମେଂଟାର ଏକ କାଜୁ ଜଙ୍ଗଲରୁ ଜଣେ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ପଦି ଗୋବିନ୍ଦପୁର ଗ୍ରାମର ମୋହନ ସେଠୀ(୧୯)ଗତ ଗୁରୁବାର ରାତିରେ ଲାଲମେଂଟାର ଜାଗିଲି ତୋଟାରେ ବେକରେ ରଶି ଲାଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୋହନ ବ୍ରହ୍ମପୁରର ଏକ କଲେଜରେ ଇଂଞ୍ଜିନିୟରିଂ ପଢ଼ୁଥିଲେ । କିନ୍ତୁ ଗତ କିଛିଦିନ ହେଲା ଜୁଆଖେଳି କରଜ ହୋଇ ଏଣେତେଣେ ବୁଲୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳିଛି । ତେବେ ଗତ ଗୁରୁବାର ରାତିରେ ମୋହନ ଜଙ୍ଗଲକୁ ଯାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇ ମୋହନର ଝୁଲନ୍ତା ଶବ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ନୂଆଗାଁ ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply