କୂଅଁରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ଶିବାନୀ ପାଳ ବୋଲି ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ମୃତ ଶିବାନୀ ଦୁଇ ଦିନ ତଳେ ସଂନ୍ଧ୍ୟାରେ ଘରୁ ଅଚାନକ ନିଖୋଜ ହୋଇଯାଇଥିଲେ। ଘରଲୋକ ବିଭିନ୍ନ ସ୍ଥାନରେ ରାତିସାରା ଖୋଜିଥିଲେ ମଧ୍ୟ କିଛି ଖୋଜ୍ ଖବର ମିଳିନଥିଲା। ଏନେଇ ପରିବାର ଲୋକ ବାଲିଗୁଡା ଥାନାରେ ଏକ ଏତଲା ଦେଇଥିଲେ। ଆଜି ସକାଳେ ପରିବାର ଲୋକେ କୂଅଁରୁ ପାଣି କାଢିବା ସମୟରେ କୂଅଁ ଭିତରେ ଝିଅର ମୃତଦେହ ଭାସିବା ଦେଖିଥିଲେ। ଏସଂପର୍କରେ ବାଲିଗୁଡ଼ା ଥାନାରେ ଜଣାଇବା ପରେ ଖବର ପାଇ ବାଲିଗୁଡା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ କୁଅଁରୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ କେଉଁ କାରଣ ଯୋଗୁଁ ଯୁବତୀ ଜଣକ ଆତ୍ମହତ୍ୟା କରିଛି ସେ ନେଇ କିଛି ଜଣାପଡ଼ିନଥିବା ବେଳେ ଘଟରାର ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ଏଏସଆଇ କୁଳମଣି ରାଉତ ସୂଚନା ଦେଇଛନ୍ତି।