ସନ୍ଦେହଜନକ ଭାବେ ଗାଡି ଚାଳକଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା : କୁଚିଣ୍ଡା ଥାନା ଅଧିନସ୍ଥ ତବଲାକଟା ଓ ଝାରମୁଣ୍ଡା ଗାଁ ମଧ୍ୟସ୍ଥ ୪୯ନଂ ଜାତୀୟ ରାଜପଥ ପାର୍ଶ୍ବରେ ଏକ ଗଛରେ ଜଣେ ଯୁବକର ମୃତଦେହ ଝୁଲୁଥିବା ଆଜି ସକାଳେ ଲୋକେ ଦେଖିଥିଲେ। ଏସଂକ୍ରାନ୍ତରେ ଗ୍ରାମବାସୀ କୁଚିଣ୍ଡା ପୁଲିସ ସୂଚନା ଦେବା ପରେ ମୃତଦେହକୁ ଜବତ କରିଛି। ମୃତବ୍ୟକ୍ତି କୁଚିଣ୍ଡା ସହରସ୍ଥ ଅକ୍ଷୟ ପାଣି(୪୫) ବୋଲି ଚିହ୍ନଟ ହୋଇଥିବା କୁହାଯାଉଛି। ତାଙ୍କ ମରଶରୀର ପାଖ ଗଛରେ  ଏକ ପିକଅପ ଭ୍ୟାନ ରହିଥିବା ଦେଖାଯାଇଛି। କୁଚିଣ୍ଡା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଚ୍ଛେଦ କରିଥିବା ଜଣାଯାଇଛି। ତଦନ୍ତ ପାଇଁ ଏକ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଅନ୍ୟପକ୍ଷେ ମୃତ ଶବ ନିକଟରେ ସେ ଚଳାଉଥିବା ପିକଅପ ଭ୍ୟାନକୁ ପୁଲିସ ଜବତ କରିଛି। ମୃତ ଯୁବକର ସ୍ତ୍ରୀ ସମେତ ଦୁଇଟି ନାବାଳକ ସନ୍ତାନ ରହିଛନ୍ତି।

Comments are closed.