ମିଳିଲାନି ମହାପ୍ରଣାୟ ଗାଡି, ମେଡିକାଲରୁ ଟ୍ରଲିରେ ବୁହାହେଲା ମୃତଦେହ

ବ୍ରହ୍ମପୁର: ଏମକେସିଜି ମେଡିକାଲ ପରିସରରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମହାପ୍ରୟାଣ ଗାଡି ନ ମିଳିବାରୁ ଜଣେ ଅସହାୟ ବୃଦ୍ଧାଙ୍କ ମୃତଦେହକୁ ଟ୍ରଲିରେ ନିଆଯାଇଛି। ବ୍ରହ୍ମପୁର କମାପଲି ମାଛ ବଜାର ପାଖରେ ଯାଯାବର ଭାବେ ରହୁଥିବା ସନ୍ତୋଷିନୀ ସିଂଙ୍କ ମା’ ଚନ୍ଦ୍ରମା(୭୦)ଙ୍କ ଦେହ ଖରାପ ଥିବାରୁ ତାଙ୍କୁ ସୋମବାର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତଦେହକୁ ସନ୍ତୋଷିନୀ ନିଜେ ରହୁଥିବା ସ୍ଥାନକୁ ନେବାକୁ ମହାପ୍ରୟାଣ ଗାଡି କିମ୍ବା ଆମ୍ବୁଲାନ୍ସ ମିଳି ନ ଥିଲା। ଶେଷରେ ବାଧ୍ୟ ହୋଇ ସନ୍ତୋଷିନୀ ଓ ତାଙ୍କ ଭାଇ ତ୍ରିନାଥ ଏକ ଟ୍ରଲି ଭଡା କରି ସେଥିରେ ମା’ଙ୍କ ମୃତଦେହକୁ ନେଇ ସତ୍କାର କରିବାକୁ ଯାଇଥିଲେ।

Comments are closed.