ପୋଖରୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

0

ଝାରସୁଗୁଡା: ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବଢେଇମୁଣ୍ଡାରେ ଗୁରୁବାର ସକାଳୁ ଏକ ଗଳିତ ଶବ ଦେଖିବାକୁ ମିଳିଛି। ଶବଟି ପୋଖରୀରେ ଭାସୁଥିବା ଗ୍ରାମବାସୀମାନେ ଦେଖିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ବଡମାଳ ଥାନା ଅନ୍ତର୍ଗତ ହିର୍ମା ଗ୍ରାମର ସୁରଜ ଅଟି ବୋଲି ଜଣାପଡିଛି। ପୁଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Leave A Reply