ରାସ୍ତାରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା କୃଷ୍ଣପୁର ରାସ୍ତାରେ ଶୁକ୍ରବାର ସକାଳେ ଜଣେ ଯୁବକର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଯୁବକ ମହୁଲବରେଇ ଗ୍ରାମର ଅଜୟ କାଲିଆ ବୋଲି ଜଣାପଡିଛି । ଧାରୁଆ ଅସ୍ତ୍ରରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ରାସ୍ତାରେ ପିଙ୍ଗି ଦେଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ହତ୍ୟାଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଖବରପାଇ ଝାରପୋଖରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଏକ ମାମଲା ରୁଜୁ କରିଛି । ଏହା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚଜଗ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି।

Comments are closed.