ଗୋପାଳପୁର ବେଳାଭୂମିରୁ ମୃତ କଇଁଛ ଉଦ୍ଧାର

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ବୁଧବାର ଅପରାହ୍ନରେ ଗୋଟିଏ ମୃତ କଇଁଚ ଦୀର୍ଘ ସମୟ ଧରି ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଏନଏସିର କର୍ମଚାରୀମାନେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ ଓ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଫରେଷ୍ଟର ଘରମଣୀ ପାଣିଗ୍ରାହି ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ କଇଁଛ ଜବତ କରିବା ସହ ପ୍ରାଣୀ ଡାକ୍ତରଙ୍କ ସହାୟତାରେ କୁ କଇଁଚର ମୃତ ଦେହକୁ ବ୍ୟବଛେଦ କରି ବେଳାଭୂମି ପରିସରରେ ଗାତ କରି ସେଥିରେ ରାସାୟନିକ ଦ୍ରବ୍ୟ ଦେଇ ପୋତାଯାଇଥିଲା।

ଏ ନେଇ ଫରେଷ୍ଟର ଶ୍ରୀ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଏହି କଇଁଛଟି ପୁରୁଷ କଇଁଚ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୩୦ କେଜିରୁ ଉର୍ଦ୍ଧ୍ବ ଅଟେ। କଇଁଚର ମୃତ୍ୟୁ କେଉଁ କାରଣରୁ ଘଟିଛି, ତାହା ବ୍ୟବଛେଦ ରିପୋର୍ଟ ଆସିବାପରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.