ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା କିସିଣ୍ଡା ଥାନା ଅନ୍ତର୍ଗତ ହିରାଲୋଇ ଗାଁରେ ରବିବାର ଏକ ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକ ଓ ଗୁରୁତର ହିରାଲୋଇ ଗାଁର ୨ଟି ପରିବାରର ବୋଲି ଜଣାପଡ଼ିଛି। ୨ ଜଣ ସମ୍ବଲପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.