ପୁରୀ ସମୁଦ୍ରରୁ ନିଖୋଜ ପର୍ଯ୍ୟଟକ ଉଦ୍ଧାର

ଗତକାଲି ଠାରୁ ପୁରୀ ସମୁଦ୍ରରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତ ଦେହ ଆଜି ସକାଳେ ପେଣ୍ଠକଟା ବେଳାଭୂମିରୁ ମିଳିଛି। ତାଙ୍କ ଘର ବୋକାରୋ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସେ ଗତକାଲି ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ। ସେ ଝାଡଖଣ୍ଡ ବୋକାର ଅଞ୍ଚଳର ଦୀପକ କୁମାର (୧୭) ବୋଲି ଜଣାପଡିଛି।

ଗତକାଲି ପୁରୀ ବୁଲି ଆସିଥିବା ୨ଟି ପରିବାରର ୭ଜଣ ପର୍ୟ୍ୟଟକ ପିଙ୍କ୍‌ହାଉସ ନିକଟସ୍ଥ ସମୁଦ୍ରରେ ଦିନ ପ୍ରାୟ ୧୨ଟା ବେଳେ ଗାଧୋଇବା ବେଳେ ଭାସି ଯାଇଥିଲେ। ସେମାନଙ୍କ ସମ୍ପର୍କୀୟଙ୍କ ଚିତ୍କାର ଶୁଣି ଲାଇଫଗାର୍ଡ ସମୁଦ୍ର ଭିତରକୁ ଯାଇ ୬ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଦୀପକ କୁମାରଙ୍କ ଖୋଜ୍‌ ଖବର ମିଳିନଥିଲା। କାଲି ଠାରୁ ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ଆଜି ପେଣ୍ଠକଟା ବେଳାଭୂମିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Comments are closed.