ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରୁ ଝାଡୁଦାରର ମୃତ ଦେହ ଉଦ୍ଧାର

ଜଳେଶ୍ଵର : ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରୁ ଅସ୍ଥାୟୀ ଝାଡୁଦାର ଜୁମୁନି ବିବି(୪୫)ର ମୃତ ଶରୀର ଉଦ୍ଧାର କରାଯାଇଛି। ପୂର୍ତ୍ତ ବିଭାଗ ଡାକବଙ୍ଗଳାର ଏକ କୋଣରେ ଥିବା ଏକ କୋଠରୀରେ ସେ ଦିର୍ଘ ୭ ବର୍ଷ ଧରି ରଖିଆସୁଥିଲା। ରାଇବଣିଆ ଥାନା ଅନ୍ତର୍ଗତ ଓଲମାରା ଗାଁର ସେକ୍ ଆବୁଲ ସୁହାଦାର ସହ ତାଙ୍କର ବିବାହ ହୋଇଥିବାରୁ ତିନି ପୁଅ ଓ ଚାରି ଝିଅ ଗାଁରେ ରହିଆସୁଥିଲେ। ସାନ ପୁଅ ଅନେକ ସମୟରେ ତା ପାଖରେ ରହୁଥିଲେ ମଧ୍ୟ ୯ ଦିନ ହେବ ସେ ଗାଁ କୁ ଯାଇଛି।

ଗତ ସନ୍ଧ୍ୟାରେ ଝାଡୁ କାର୍ଯ୍ୟ ସାରି କିଛି ଜାମୁକୋଳି ଧରି ଗେଟ ବାହାରକୁ ଯାଇଥିବା ବେଳେ ରାତି ୮ ଟା ସୁଦ୍ଧା ଫେରିନଥିବା କେତେକ ଠିକାଦାର ଆଜି ପ୍ରକାଶ କରିଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଦିନ ୧୦ ଟା ବେଳେ ଖୋଲାଯିବା ପରେ ଏହି ଘଟଣା ଜଣାପଡିଥିଲା। ପରେ ପୁଲିସକୁ ଖବର ଦେବାରୁ ଆଇଆଇସି ଧନେଶ୍ଵର ସାହୁ, ପ୍ରଶିକ୍ଷଣରେ ଥିବା ତିନି ଡିଏସପି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ସାଇଣ୍ଟିଫିକ୍ ଦଳ ଆସିବା ଯାଏଁ ପୁଲିସ କାହାକୁ ସେହି ଜାଗାକୁ ଛାଡୁନଥିବା ପ୍ରକାଶ।
ଜୁମୁନି ବିବି ଶୋଇଥିବା ଖଟ ରେ ତାର ଗୋଡ ଓ ଗଣ୍ଡି ଖଟ ଉପରେ ଥିବା ବେଳେ ତାହାର ମୁଣ୍ଡଟି ମାଟିରେ ଲାଗିଛି ଓ ଗଳା କଟା ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ତା କୋଠରୀର କବାଟ ଖୋଲା ଥିବା ବେଳେ ହଳେ ଜୋତା ବାହାରେ ପଡିଥିବା ଦେଖିବାକୁ ମିଳିଛି। ଖଟ ନିକଟରେ ରକ୍ତ ଉବୁଟୁବୁ ଶରୀର ଝୁଲିରହିଥିବା ପ୍ରକାଶ।

Comments are closed.