ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ଗଞ୍ଜାମ : ଗଞ୍ଜାମ ସହର ନିକଟ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀପାର୍ଶ୍ଵରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ନାଇଟ୍ ପିନ୍ଧିଥିବା ବେଳେ ଏକ ଚଦର ଘୋଡେଇ ହୋଇଛନ୍ତି। ଏହି ଖବର ପ୍ରଚାର ହେବାପରେ ସେହି ମୃତଦେହକୁ ଦେଖିବା ପାଇଁ  ଲୋକଙ୍କ ଭିଡ଼ ଲାଗି ରହିଥିଲା। ପରେ ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଆଇଆଇସି, ଥାନା ଏସଆଇ ଅଜିତ କୁମାର ପରିଡ଼ା, ତ୍ରିନାଥ ପଟ୍ଟନାୟକ ପ୍ରମୁଖ ପହଞ୍ଚି ତଦନ୍ତ ସହ ଘଟଣାର ଛାନ ଭିନ ଆରମ୍ଭ କରିଛନ୍ତି । ସେହି  ଯୁବତୀଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହେ ପ୍ରକାଶ ପାଇଛି । ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ପରେ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.