ପୋଖରୀରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଜବତ, ହତ୍ୟା ସନ୍ଦେହ

ଟିଟିଲାଗଡ଼: ବଲାଙ୍ଗିର ଜିଲା ସଇଁତଳା ଥାନା ଅନ୍ତର୍ଗତ ବାବୁକେଲଗାଁର  ଗ୍ରାମ୍ୟ ପୋଖରୀରୁ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣକ ଗ୍ରାମର ଗୌର ସେଲମାଙ୍କ ପତ୍ନୀ ରାମା ସେଲମା (୪୫) ବୋଲି ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ଵିକ ପରିସ୍ଥିତିରୁ ପୁଲିସ ସନ୍ଦେହ କରୁଛି। ସଇଁତଳା ଥାନା ଆଇଆଇସି ବାରିଣୀ ଦାସଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.