ଯୁବତୀଙ୍କ ମୃତ ଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି (ଶୁକ୍ରବାର) ସନ୍ଧ୍ୟାରେ ଗୌଲିମୁଣ୍ଡା ଗାଁର ନଦିଖଣ୍ଡି ଜଙ୍ଗଲ ଭିତରେ ଜଣେ ଯୁବତୀଙ୍କ ମୃତ ଦେହକୁ ସ୍ଥାନୀୟ ଲୋକେ ଠାବ କରିବା ସହ ପୁଲିସକୁ ଖବର ଦେଇଥିଲେ। ମୃତଦେହର ପରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ସୃଷ୍ଟି କରୁଛି। ମୃତ ଦେହ ନିକଟରେ କିଛି ବଟିକା ପଡ଼ିଥିବାରୁ ଅଧିକ ସନ୍ଦେହ ଘନୀଭୂତ ହୋଇଛି।

ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଛି। ସେହି ଯୁବତୀ ଜଣକ ଆଜି ସନ୍ଧ୍ୟାରେ ଫଟାମୁଣ୍ଡା ଗ୍ରାମର ତିନି ଜଣ ଯୁବକଙ୍କ ସହ ବୁଲୁଥିଲା ବୋଲି ସୂଚନା ପାଇଁ ପୁଲିସ ସେହି ୩ ଯୁବକଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ସେଠି ମଧ୍ୟରୁ ଜଣେ ଯୁବକ ମୃତ ଯୁବତୀର ପ୍ରେମିକ ବୋଲି ପ୍ରାଥମିକ ସୂଚନା ମିଳିଛି। ତେବେ ଘଟଣା ଘଟିଥିବା ସ୍ଥାନଟି ଦୁର୍ଗମ ଜଙ୍ଗଲ ହୋଇଥିବାରୁ, ଶନିବାର ସକାଳେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚିବା ପରେ ସବା ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

Comments are closed.