ଭାଲୁର ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ 

 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ମକାବାଡ଼ିରୁ ମୈଦଲପୁର ବନବିଭାଗ ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି l ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ଭାଲୁର ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ l ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳରେ ମୈଦଲପୁର ବନବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମୃତ ଭାଲୁକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୈଦଲପୁର ଆଣିଛନ୍ତି।

ପ୍ରାଥମିକ ତଦନ୍ତରୁ ଭାଲୁକୁ ନିମୋନିଆ ହୋଇଥିବା ବନବିଭାଗ ସନ୍ଦେହ କରିଛି l କିନ୍ତୁ, ଶବ ବ୍ୟବଛେଦ ରିପୋର୍ଟ ଆସିଲେ ହିଁ ସଠିକ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ l ଭାଲୁର ଆନୁମାନିକ ବୟସ ୬ରୁ ୮ ବର୍ଷ ଭିତରେ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି। ବର୍ତ୍ତମାନ ଭାଲୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ମୃତ ଭାଲୁକୁ ଦେଖିବାକୁ ଝିପିଝିପି ବର୍ଷାରେ ମଧ୍ୟ ଆଖପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।

Comments are closed.