ରେଳ ଧାରଣା କଡରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ରେଳବାଇ ଫାଟକ ନିକଟ ମାଇଲଖୁଣ୍ଟ ୧୭୧/୬ କି.ମି. ରେଳ ଧାରଣା କଡରୁ ଅଜଣା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କରିଛି ଜିଆରପି ପୁଲିସ। ବୃଦ୍ଧ ଜଣଙ୍କ ରେଳଧାରଣା କଡରେ ଗତକାଲି ରାତିରେ ଶୌଚ ହେବାକୁ ଯାଇଥିବା ବେଳେ କୌଣସି ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଜିଆରପି ପୁଲିସ ଅନୁମାନ କରୁଛି। ତାଙ୍କର ବାମ ଗୋଡ ଅଣ୍ଟା ପାଖରୁ କଟିଯାଇ ରେଳଧାରଣା ଅଲ୍ପ ଦୂରରେ ଛିଟିକି ପଡିଥିବା ଦେଖାଯାଇଥିଲା। ଘଟଣାସ୍ଥଳରେ ଜିଆରପି ପୁଲିସ ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅପରାହ୍ନରେ କଣ୍ଟାବାଞ୍ଜି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Comments are closed.