ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୋଡା: ଯୋଡା ବ୍ଲକ ଜଜାଙ୍ଗ ପଞ୍ଚାୟତ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ଛାତ ଉପରୁ ବୁଧବାର ଭୋରରୁ ପୁଲିସ ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗ୍ରାମର ସଞ୍ଜୟ କୁମାର ପୂହାଣ ଓରଫ ପିଣ୍ଟୁ। ମୃତ୍ୟୁର କାରଣ ଜଣା ପଡ଼ିନାହିଁ।

ସୂଚନା ମୁତାବକ ସେ ଅନ୍ୟାନ୍ୟ ସହକର୍ମୀମାନଙ୍କ ସହ ସେହି ଘରେ ଭଡା ସୂତ୍ରରେ ରହି ରୁଙ୍ଗଟା କମ୍ପାନୀରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଶରୀରର ଶବ ବ୍ୟବଚ୍ଛେଦ ହୋଇଥିବା ସମୟରେ ଏହାର ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବଡବିଲ ଏସଡିପିଓ ଦିଲ୍ଲୀପ ବାଗ କହିଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Comments are closed.