ବୁଢ଼ାବଳଙ୍ଗ ନଦୀରେ ଭାସୁଛି ଆଉ ଏକ ମୃତଦେହ

ବଡ଼ସାହି: ସ୍ଥାନୀୟ ପୁଲିସ ୨୫ତାରିଖ ମଙ୍ଗଳବାର ସକାଳେ ବୁଢ଼ାବଳଙ୍ଗ ନଦୀର ପଣ୍ଠୁପାଳ ନିକଟରୁ ଉଦ୍ଧାର କରିଥିବା ଅଜଣା ବ୍ୟକ୍ତିଙ୍କର ଗଳିତ ମୃତଦେହ ବ୍ୟବଚ୍ଛେଦ ପରେ ୭୨ଘଣ୍ଟା ସଂରକ୍ଷିତ ରଖି ଶେଷରେ ଶୁକ୍ରବାର ସତ୍କାର କରିଛି। ଦୁର୍ଗାପୁର ପଞ୍ଚାୟତର ପଣ୍ଡୁପାଳ ଗ୍ରାମବାସୀ ନଦୀରେ ମୃତଦେହଟି ଭାସୁଥିବା ଦେଖି ପୁଲିସକୁ ଖବର ଦେବାରୁ ଶବକୁ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତି ଜଣଙ୍କର ପରିଚୟ ମିଳିନଥିବାରୁ ବଡ଼ସାହି ପୁଲିସ୍‍ ସମସ୍ତ ଥାନାକୁ ସୂଚନା ପ୍ରଦାନ କରି ଶବ ବ୍ୟବଚ୍ଛେଦ ପରେ ୭୨ଟି ଘଣ୍ଟା ସଂରକ୍ଷିତ ରଖିଥିଲା। ତା’ସ୍ୱତ୍ତେ ମୃତକଙ୍କ ପରିଚୟ ନମିଳି ବାରୁ ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଘଟଣା ଶେଷ ହେବା ପୂର୍ବରୁ ପୁଣି ଏକ ଅଜଣା ଶବ ଶୁକ୍ରବାର ସନ୍ଧ୍ୟାରେ ବଳଭଦ୍ରପୁର ଗ୍ରାମର ଦୋମୁହାଁଣି ନିକଟରେ ଭାସୁଥିବା ଖବର ମିଳିଛି। ମୁହଁମାଡ଼ି ଭାସୁଥିବା ଶବଟି ପୁରୁଷ କିମ୍ବା ମହିଳାଙ୍କର ଜାଣିବା ସମ୍ଭବପର ହୋଇନି। ତେବେ ସନ୍ଧ୍ୟା ହୋଇଥିବାରୁ ଗଳିତ ଶବ ଉଦ୍ଧାର ହୋଇନାହିଁ। ଉପରମୁଣ୍ଡରୁ ବନ୍ୟାଜଳରେ ମୃତଦେହ ଭାସି ଆସିଥିବା ଅନୁମାନ କରାଯାଉଛି।

Comments are closed.