ନାଳରୁ ମୃତଦେହ ଉଦ୍ଧାର

0

ସମ୍ବଲପୁର : ସମ୍ବଲପୁରର ଗୁଜୁରାତି କଲୋନୀ ପଛ ପଟ ଦେଇ ଯାଇଥିବା ଟାଙ୍ଗନା ନାଳରେ ଗୁରୁବାର ସକାଳେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା କ୍ରମେ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବେଦବ୍ୟାସ ସାହି ଓରଫ ଦୀପକ (୪୫)। ମୃତ ଦୀପକ, ସ୍ଥାନୀୟ ଏନ ଗୁହା ଗଳିରେ ନିଜ ମା, ଭଉଣୀ ଓ ଭାଇଙ୍କ ସହିତ ରହୁଥିଲେ। ସେ ଛତିଶଗଡର ବିଳାସପୁର ଠାରେ ଏକ ବେସରକାରୀ ବିଦ୍ୟାଳୟରେ ଚାକିରୀ କରୁଥିଲେ ଏବଂ ଏକ ମାସର ଛୁଟି ନେଇ ଆସିଥିଲେ ବୋଲି ତାଙ୍କ ମା କହିଛନ୍ତି। ଦୀପକଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର କହୁଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ।

Leave A Reply