ଦୟାନଦୀରୁ ଗଳିତ ମୃତଦେହ ଜବତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବାଲିକୁଦା ଗ୍ରାମ ନିକଟରେ ଦୟାନଦୀରୁ ଏକ ଗଳିତ ମୃତଦେହକୁ ପୁଲିସ ଆଜି ଜବତ କରିଛି । ମୃତଦେହଟି ସଂପୂର୍ଣ୍ଣ ପଚି ଯାଇ କେବଳ କଙ୍କାଳ ଥିବା ଯୋଗୁଁ ଏହା ପୁରୁଷ କିମ୍ବା ମହିଳା ତାହା ଜଣାପଡିନାହିଁ । ଏନେଇ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହକୁ ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ କରିବା ପାଇଁ କଟକ ଏସ୍‍ସିବି ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି । ବାଲିକୁଦା ଗ୍ରାମ ନିକଟରେ ଦୟାନଦୀରେ ଏକ ଗଳିତ ମୃତଦେହ ଭାସୁଥିବା ସଂପର୍କରେ ଖବର ପାଇ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନିର୍ଦ୍ଦେଶରେ ଏସ୍‍ଆଇ ସଂଘମିତ୍ରା ଚାନ୍ଦ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ମୃତଦେହର ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।

Comments are closed.