ଗଛରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଶାଳବଣୀ ଗ୍ରାମ ନିକଟ ନଈ କୂଳରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଶାଳବଣୀ ଗ୍ରାମର ଲମ୍ବୋଦର ସିଂ (୪୮) । ଆଜି ସକାଳେ ସ୍ଥାନୀୟଲୋକେ ଗଛରେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଲମ୍ବୋଦର ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ତଦନ୍ତ ଜାରି ରଖିଛି।

Comments are closed.