ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର

ଖୁଣ୍ଟା – ଖୁଣ୍ଟା ଥାନା ଛୁରୁଣୀ ଗ୍ରାମ ନିକଟରୁ ପୁଲିସ ନିଖୋଜ ଥିବା ଜଣେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କରିଛି। ମୃତ ଯୁବକ ହେଉଛନ୍ତି ଅଠିଲାଗଡି ଗ୍ରାମର ବାଳି ଖେଜୁରିଆଙ୍କ ପୁଅ କୃଷ୍ଣ(୨୬) । କୃଷ୍ଣ ୫ଦିନ ହେବ ନିଖୋଜ ହୋଇଯାଇଥିଲେ । ପରିବାରଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଦୁଇ ଦିନ ପୂର୍ବେ ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ସକାଳେ ଛୁରୁଣୀ ବିଲ ନିକଟରେ ଥିବା ନାଳରେ ଏକ ମୃତଦେହ ପଡିଥିବା ଖବର ପାଇ ପୁଲିସ ପହଞ୍ଚିଥିବା ବେଳେ ତାହା କୃଷ୍ଣର ମୃତଦେହ ବୋଲି ଚିହ୍ନଟ କରା ଯାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ ପରିସ୍ଥିତିରେ କୃଷ୍ଣର ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ପରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.