କ୍ଷେତରୁ ଗଳିତ ମୃତଦେହ ଉଦ୍ଧାର

ଗୋପାଳପୁର :  ସୋମବାର ସକାଳେ ବ୍ରହ୍ମପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ଗୋଷାଣିନୁଆଗାଁ ପୁଲିସ ରଗେଂଇଲୁଣ୍ଡା ଵ୍ଳକ ଅନ୍ତର୍ଗତ ଫୁଲଟା – ଖଜୁରିଆ ରାସ୍ତାର ନୂଆଖଜୁରିଆ ନିକଟ ଏକ ଘାସ କ୍ଷେତରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ଆନୁମାନିକ ୪୦ବର୍ଷ ହେବ ବୋଲି ପୁଲିସ କହିଛି । ଘଟଣାସ୍ଥଳ ନିକଟରୁ ଏକ ଆଧାର କାର୍ଡ ଜବତ ହୋଇଛି । ହେଲେ ସେଥିରେ ଉଲ୍ଲେଖ ଥିବା ନାମ ସୁବାସ ପାତ୍ର ଜୀବିତ ଥିବା ପୁଲିସ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି । ଏଣୁ ମିଳିଥିବା ପରିଚୟ ପତ୍ର ମୃତ ବ୍ୟକ୍ତିଙ୍କର ନୁହେଁ ବୋଲି ପୁଲିସ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, ଶନିବାର ନୂଆଖଜୁରିଆ ନିକଟ ଘାଷ ବିଲରେ ଏକ ମୃତଦେହ ପଡିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ପରେ ଉକ୍ତ କ୍ଷେତରେ ଫସଲ କରୁଥିବା ଚାଷୀ ବେଣୁଧର ଶାସମଲ ପୁଲିସକୁ ଏନେଇ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଵଡମେଡିକାଲ ପଠାଇଥିଵା ଜଣାପଡ଼ିଛି। ମୃତକ ଜଣଙ୍କ ଅଜଣା ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଅନ୍ୟପଟେ ପ୍ରାଥମିକ ଅନୁସନ୍ଧାନ ଅନୁଯାଇ ଏହା ଏକ ଅପମୃତ୍ୟ ବୋଲି ପୋଲିସ ପ୍ରକାଶ କରିଛି।

Comments are closed.