ସନ୍ଦେହଜନକ ଅବସ୍ଥାରେ ବନ ବିଭାଗ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ନିକଟରେ ଥିବା ସାହୁ ଲଜରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା କଂଅସର ଗାଁର ବୋଲି ଜଣାପଡିଛି । ସେ ବୌଦ୍ଧ ଜିଲ୍ଲା ବନ ବିଭାଗ କାର୍ଯ୍ୟରତ କର୍ମଚାରୀ ଥିଲେ । ସୂଚନାଯୋଗ୍ୟ, ଗତ ୭ ତାରିଖରୁ ସେ ଏହି ଲଜରେ ରହୁଥିଲେ ବୋଲି ସୂଚନା ଦେଇଥିଲେ। ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି।

Comments are closed.