ଛାତ୍ରଙ୍କ ମୃତଦେହ ଉଦ୍ଧାର

0

କଟକ : କଟକ ଜିଲା ଆଠଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲ କୋଠରୀରୁ ସୋମବାର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା ବାମିଲି ଅଞ୍ଚଳରେ ଜଣେ ଛାତ୍ର ଆଠଗଡ଼ ମାଣିଆବନ୍ଧ ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ +୨ରେ ପାଠ ପଢିବା ସହ ହଷ୍ଟେଲରେ ରହୁଥିଲେ। ଆଜି ସକାଳେ ଛାତ୍ରଙ୍କ ମୃତ୍ୟୁ ବିଷୟରେ ଖବର ପାଇବା ପରେ ଛାତ୍ରଙ୍କ ପରିବାର ଲୋକେ ହଷ୍ଟେଲରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ମାଣଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡ଼ାକ୍ତର ସେଠାରେ ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହା ଏକ ହତ୍ୟା ବୋଲି ପରିବାର ଲୋକେ ମାଣଆବନ୍ଧ ଫାଣ୍ଡିରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply