ପୁଅକୁ ହତ୍ୟା କଲା ବାପା

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲା ଅନ୍ତର୍ଗତ ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ପାଞ୍ଚ ବର୍ଷର ପୁଅକୁ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଅନୁଯାୟୀ, ପରିବାରରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର କାରଣରୁ ବ୍ୟକ୍ତି ଜଣକ ନିଜ ପୁଅକୁ ହତ୍ୟା କରିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ବାପାକୁ ମଧ୍ୟ ଗିରଫ କରିଛି।

Comments are closed.