ଅନ୍ଧବିଶ୍ୱାସରେ କବଳିତ ପରିବାର ଲୋକେ! ମେଡ଼ିକାଲରେ ଝଡ଼ାଫୁଙ୍କା

ବରଗଡ଼: ବରଗଡ଼ ଜିଲାସ୍ଥିତ ପଦ୍ମପୁର ପାଲପାଲି ପଞ୍ଚାୟତ ଚଙ୍ଗରିଆ ଗାଁରେ ଏବେ ମଧ୍ୟ ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ସାପ କାମୁଡ଼ାରେ ମୃତ ନାବାଳିକାକୁ ବଞ୍ଚାଇବାକୁ ପରିବାର ଲୋକେ ଗୁଣିଆର ସାହାଯ୍ୟ ନେଇଥିବା ଜଣାପଡ଼ିଛି। ଜଣେ ନାବାଳିକା ଶୋଇଥିବା ଅବସ୍ଥାରେ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ନାବାଳିକାଙ୍କୁ ପଦ୍ମପୁର ମେଡ଼ିକାଲ ନେବା ପରେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକେ ଅନ୍ଧବିଶ୍ୱାସରେ ମୃତ ନାବାଳିକାକୁ ଗୁଣିଆ ଦ୍ୱାରା ଝଡ଼ାଫୁଙ୍କାର ସାହାଯ୍ୟ ନେଇଥିଲେ। ମୃତ ନାବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମେଡ଼ିକାଲରେ ପଶି ଗୁଣିଆ ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ପ୍ରୟାସ କରିଥିବା ଅଭିଯୋଗ ଆସିଛି।

Comments are closed.