ନଦୀରେ ବୁଡ଼ି ଯୁବକ ମୃତ

କାମାକ୍ଷାନଗର : ଢେଙ୍କନାଳସ୍ଥିତ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ରାମିଆଳ ନଦୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଯୁବକ ଜଣକ ନିଜର କିଛି ସାଙ୍ଗ ସହ ନଦୀକୂଳରେ ଭୋଜି କରିବାକୁ ଯାଇଥିଲେ। ଭୋଜି ରନ୍ଧା ହେଉଥିବା ସମୟରେ ସେ ନଦୀକୁ ଗାଧୋଇବାକୁ ଯାଇଥିଲେ। ପାଣିର ଭିତରକୁ ସେ ଅଧିକ ଯାଇଥିବାରୁ ବୁଡ଼ି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.