ରକ୍ତାକ୍ତ ଅବସ୍ଥାରେ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର

ବାରିପଦା : ବାରିପଦାସ୍ଥିତ ମୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗାଁରେ ସୋମବାର ଡ଼ର୍ବଲ ମର୍ଡ଼ର ହୋଇଥିବା ଜଣାପଡ଼ିଛି। ଘର ଭିତରେ ଦୁଇ ମହିଳାଙ୍କର ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଆସି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ମାନେ ସମ୍ପର୍କରେ ମାଆ ଓ ବିବାହିତ ଝିଅ ବୋଲି ଜଣାପଡ଼ିଛି। ଜ୍ୱାଇଁ ନିଜର ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ରବିବାର ମାଆ ଓ ଝିଅ ଜ୍ୱାଇଁ ସେମାନଙ୍କୁ ମାରଧର କରୁଥିବା ନେଇ ତା’ର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଛି।

Comments are closed.