ଶୌଚାଳୟରୁ ମୃତ ନବଜାତ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ମୁଖ୍ୟ ଜିଲା ଚିକିତ୍ସାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଶୌଚାଳୟ ଭିତରେ ଏକ ନବଜାତ ଶିଶୁ ପଡ଼ିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଖବର ଦେଇଥିଲେ। ଏହାପରେ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମାତ୍ର ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏଭଳି ଅମାନୁଷିକ କାର୍ଯ୍ୟ କିଏ ଓ କାହିଁକି ଘଟାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କର୍ତ୍ତୁପକ୍ଷ ଏନେଇ ତଦନ୍ତ ଆରମ୍ଭ କରିଛି।

Comments are closed.