ଛୁରାମାଡ଼ରେ ଆହତ ହୋଇଥିବା ଯୁବକ ମୃତ

କଟକ : କଟକସ୍ଥିତ ଯୋବ୍ରାରେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ଜଣେ ଯୁବକଙ୍କ ସୋମବାର ମୃତ୍ୟୁ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ଯୁବକଙ୍କ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଛୁରାମାଡ଼ରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାଲଗୋଦାମ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ଥିବା ସହ ସେ କିଛି ଦିନ ତଳେ ଜାମିନରେ ଆସିଥିଲେ ବୋଲି ସୂଚନା ମିଳିଛି।

Comments are closed.