ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତି ମୃତ

ପୁରୀ : ପୁରୀ ଜିଲା ଡ଼େଲାଙ୍ଗ ବ୍ଲକ ଅନ୍ତର୍ଗତ କଣାସରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଏକ ଦମ୍ପତି ପ୍ରାଣ ହରାଇଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ରାଜଧାନୀ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ବ୍ୟବଚ୍ଛେଦ କରିଛି। ସୂଚନାଯୋଗ୍ୟ, କଣାସ ଅଞ୍ଚଳରେ ଆଜି ସକାଳ ସମୟରେ ସ୍ୱାମୀ ଏବଂ ସ୍ତ୍ରୀ ଫୁଲ ତୋଳିବାକୁ ଯାଇଥିଲେ। ଅଜାଣତରେ ଫୁଲ ଗଛ ନିକଟରେ ପଡ଼ିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ବାତ୍ୟା ‘ଫନି’ ପରେ ସେହି ଅଞ୍ଚଳରେ ଅନେକ ସ୍ଥାନରେ ବିଦ୍ୟୁତ ତାର ପଡ଼ିରହିଥିଲା। ତାର ନସଜାଡ଼ି ବିଦ୍ୟୁତ ସଂଯୋଗ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

Comments are closed.