ରେଳ ଧାରଣାରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଅଳ୍ପ ଦୂରରେ ଥିବା ଡ଼ିଏଭି ସ୍କୁଲ ନିକଟସ୍ଥ ରେଳ ଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଶନିବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ଗଞ୍ଜାମ ଜିଲା ସତକୁଟୁନି ପଞ୍ଚାୟତ ପଲି ସାହିର ବନମାଳୀ ସାହୁଙ୍କ ପୁଅ ଅଭିରାମ ସାହୁ (୨୩)। ସ୍ଥାନୀୟଲୋକେ ଅଭିରାମଙ୍କ ଖଣ୍ଡବିଖଣ୍ଡିତ ଶରୀର ପଡ଼ିଥିବା ଦେଖି ସରକାରୀ ରେଳ ବିଭାଗ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ କହିଛି।

Comments are closed.