ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡାଇ ସେକ୍ଟର-ଇରେ ଥିବା ରେଲୱେ କଲୋନୀରେ ରବିବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ରେଲୱେ କଲୋନୀରେ ରହୁଥିବା ଜଣେ ମହିଳା ସବୁଦିନ ଭଳି ଆଜି ସକାଳ ସମୟରେ ଲୁଗା ଶୁଖାଇବାକୁ ଛାତ ଉପରକୁ ଯାଇଥିଲେ। ମାତ୍ର ଲୁଗା ଶୁଖାଇବା ସମୟରେ ଏହା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ମହିଳାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ଅଚେତ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେଇଥିଲେ, ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.