ଗଛ ପାଇଁ ଭାଇକୁ ହତ୍ୟା କଲା ଭାଇ

କେନ୍ଦଝର : କେନ୍ଦୁଝର ଜିଲା ଆନନ୍ଦପୁର ମହୁଲହିଡ଼ା ଗାଁ ମାରାଣ୍ଡି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛ ପାଇଁ ବଡ଼ଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ମହୁଲ ଗଛ ନେବା ପାଇଁ ବଡ଼ଭାଇ ଜିଦ କରିବାରୁ ସାନ ଭାଇ ବଡ଼ଭାଇକୁ କାଠ ଫାଳରେ ଆକ୍ରମଣ କରିଥିଲା। ଫଳରେ ବଡ଼ଭାଇର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ ଖୋଜାଖୋଜି କରୁଛି।

Comments are closed.