କୁମ୍ଭୀର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଆଳି ବ୍ଲକ ଅନ୍ତର୍ଗତ ବଳିତର ଘାଟିରେ ଏକ ମୃତ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ମୃତ କୁମ୍ଭୀରର ଲମ୍ବ ପ୍ରାୟ ୮ ଫୁଟ ଏବଂ ଏହା ବଉଳା ପ୍ରଜାତିର ବୋଲି ଜଣାପଡିଛି । ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ମୃତ କୁମ୍ଭୀର ଭାସୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତ କୁମ୍ଭୀରକୁ ଜବତ କରିଛି । ତେବେ କୁମ୍ଭୀରଟିର ମୃତ୍ୟୁ କିପରି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments are closed.