ପୂର୍ବ ଶତ୍ରୁତାରୁ ଯୁବକକୁ ଗୁଳି କରି ହତ୍ୟା ଅଭିଯୋଗ

0

ଗଞ୍ଜାମ: ଗଞ୍ଜାମ ଜିଲା ସେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ଯୋଗେଶ ସ୍ବାଇଁ ନାମକ ଯୁବକର ମୃତ୍ୟୁ ହୋଇଯାଇଛି। ମୃତ ଯୋଗୀଙ୍କ ଛାତିରେ ୨ ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ଯୋଗୀକୁ ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ସେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଗତକାଲି ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିଲା। ଏହି ଗୁଳିକାଣ୍ଡରେ ଯୋଗୀ ସ୍ଵାଇଁ ନାମକ ଯୁବକ ଗୁରୁତର ଆହତ ହୋଇଥିଲେ। ଆହତ ଯୋଗୀଙ୍କୁ ହିଂଜିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯିବା ପରେ ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁର ଏମ୍ କେ ସି ଜି ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ନିଆଯିବା ବାଟରେ ଯୋଗୀଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଗାଁର ପୂର୍ବତନ ସରପଞ୍ଚ ସିବରମ ସେଠୀଙ୍କ ସହ ଯୋଗୀର ଶତ୍ରୁତା ରହିଥିଲା। ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଯୋଗୀ ରାସ୍ତା କଡରେ ଠିଆ ହୋଇଥିବା ସମୟରେ ୩ଜଣ ଦୁବୁର୍ତ୍ତ ବାଇକ ଯୋଗେ ଆସି ଯୋଗୀ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୨ଟି ଗୁଳି ଯୋଗୀଙ୍କ ଛାତିରେ ବାଜିଥିଲା। ଗୁଳିମାଡ଼ ପରେ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡ ଘଟଣା ପଛରେ ପୂର୍ବତନ ସରପଞ୍ଚଙ୍କ ହାତ ରହିଥିବା ଅଭିଯୋଗ କରାଯାଇଛି। ଘଟଣାସ୍ଥଳରେ ସେରଗଡ଼ ଥାନା ପୁଲିସ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିଛି।

Leave A Reply